Thursday, September 9, 2021

ତଥାପି ଖୁସି

ମାନସ ଓ ମନ୍ଥନ ବଜାରେ ହୁଅନ୍ତି ଭେଟ।
ମନ୍ଥନ; କୁଆଡ଼େ ଯାଉଛ ହୋଇ ତର ତର।
ମାନସ; ଜୀବନରେ ସମୟର ଭାରି ଅଭାବ।
ମନ୍ଥନ; ଅଭାବ ଭିତରେ ସ୍ୱଭାବ ରଖ।
ମାନସ; ଆଜି ମୋ ସ୍ୱଭାବ ହେଲା ଜାଗ୍ରତ।
ମନ୍ଥନ; ସମୟ ଅଭାବ ସଂକ୍ଷେପରେ କୁହ।
ମାନସ; ଆଜି ମୋ ପୁଅର ଜନ୍ମଦିନେ ଆଣିଚି ଉପହାର।
ମନ୍ଥନ; ଧନ୍ୟବାଦ ଧନ୍ୟବାଦ ସମୟକୁ କଲ ସଦୁପଯୋଗ।
ମାନସ; ଦେବି ଉପହାର ଆଜି ସଙ୍ଗୀତ ସଂଭବ "ଗିଟାର"
                          JP CREATIVE ART
                         ବିନୋଦ କୁମାର ପତି
                        କଟକ-ସଦର

Thursday, August 5, 2021

ଶ୍ରେଷ୍ଠ ଜୀବ ମାନବ

ଏକ ପରିକଳ୍ପନାର କାହାଣୀ; ହେଇପାରେ କୌତୁକ କିମ୍ବା ଭାବନାର ଆବେଗ;
    ଆମମାନଙ୍କର ପ୍ରାୟ ଚିରାଚରିତ ବିଶ୍ୱାସ ରହିଚି ପୂର୍ବ ଯୁଗରେ ଦେବା ଦେବୀ ମାନଙ୍କ ମଧ୍ୟରେ ମାତା ଆଦ୍ୟଦେବୀ ବା ଆଦ୍ୟାଶକ୍ତି ନୂତନ ଯୁଗ ନିର୍ମାଣ ପାଇଁ ଆବିର୍ଭୁତ ହୋଇଥିଲେ ପ୍ରଥମେ ସେ ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ତିନି ଜଣ ମାନସ ସନ୍ତାନଙ୍କୁ ସୃଷ୍ଟି କରି ନିଜ ନିଜ ସ୍ତରରେ ସର୍ବଶକ୍ତିମାନ ର ଆଶୀର୍ବାଦ ସହ ନିର୍ମାଣ ଦାୟିତ୍ୱ ଦେଲେ। ତ୍ରିଦେବ ମିଶି କିଛି ଋଷି,ମୁନି,ଦେବ ଓ ଦାନବ ଙ୍କୁ ଆବିର୍ଭାବ କରାଇଲେ ନିର୍ମାଣ କାର୍ଯ୍ୟରେ ସହଯୋଗ ପାଇଁ। ଏବଂ ଏକ ସଭାର ଆୟୋଜନ କରି ନିର୍ମାଣ କାର୍ଯ୍ୟାବଳୀରେ ସମସ୍ତ ଦେବ ଓ ଦାନବଙ୍କୁ ପୃଥିବୀ ଗ୍ରହର ଅନୁକୂଳ ପ୍ରାଣୀ,ଉଦ୍ଭିଦ ଇତ୍ୟାଦିଙ୍କୁ ତିଆରି କରିବା ପାଇଁ ନିୟୋଜିତ କଲେ। ଯାହାର ଉତ୍ପାଦ ନୂତନ ଯୁଗପାଇଁ ଯେତେ ମୂଲ୍ୟବାନ ହବ ତାଙ୍କୁ ସେହିପରି ପଦପଦବୀ ରେ ଅବସ୍ଥାନ କରାଯିବ। ନିୟମାବଳୀ ମଧ୍ୟରେ ସୂଚିତ କରାଗଲା *ପୃଥିବୀର ସମସ୍ତ ଜୀବନ୍ତ ପଦାର୍ଥରେ ଭାଗ୍ୟ ଓ ଜୀବନକୁ ଆଦି ଦେବତା ବ୍ରହ୍ମା ସ୍ଥାପନ କରିବେ *ସମସ୍ତଙ୍କୁ ଲାଳନ ପାଳନ ଓ ଗତିଶୀଳ କରାଇବେ ଈଶ୍ୱର ବିଷ୍ଣୁ *ଯେହେତୁ ପୃଥିବୀରେ କୌଣସି ସତ୍ତା ଚିରସ୍ଥାୟୀ ରହିବନି ତେଣୁ ଶେଷରେ ସଂହାର ଓ ବିଲୀନର ଦାୟିତ୍ୱ ଭଗବାନ ମହେଶ୍ୱର ଗ୍ରହଣ କଲେ।
     ଏହିପରି ଯୁଗନିର୍ମାଣ କାର୍ଯ୍ୟକ୍ରମ ଆଗେଇ ଚାଲିଥାଏ ଯିଏ ଯାହା ତିଆରି କରୁଥାନ୍ତି ବ୍ରହ୍ମା ସେଥିରେ ଜୀବନ ଓ ଭାଗ୍ୟ ସଂଚାରିତ କରୁଥାନ୍ତି ଓ ବ୍ରହ୍ମଦେବ ନିଜେ ମଧ୍ୟ ଅତି ଯତ୍ନରେ ଗୋଟେ ପ୍ରାଣୀ ତିଆରି କରୁଥାନ୍ତି। ଏମିତି ଅନେକ ଦିନ ପରେ:-
ଗୋଟେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଯେମିତିକି ଉଦ୍ଭିଦ ରୁ ଉଦ୍ଭିଦ, ପ୍ରାଣୀ ରୁ ପ୍ରାଣୀ। ପୂର୍ଣ୍ଣଅର୍ଥରେ କହିଲେ ଏକରୁ ଅନେକ ର ବ୍ୟବସ୍ଥା। ((ପାଠକେ ସମ୍ପୂର୍ଣ୍ଣ ଲେଖିବା ଅସମ୍ଭବ ଯୋଗୁ ନିଜେ ଟିକେ ବୁଝିବେ))
      ସମାୟାନୁକ୍ରମେ ପୁଣି ଗୋଟେ ସଭାର ଆୟୋଜନ କରାଯାଇ ସମସ୍ତଙ୍କ କୃତିତ୍ୱ ର ଉଦେଶ୍ୟ, ଯୁଗୋପଯୋଗୀ, ଦାୟିତ୍ୱ, ସୌନ୍ଦର୍ଯ୍ୟ ଇତ୍ୟାଦି ବର୍ଣ୍ଣନା କରାଗଲା ବ୍ରହ୍ମଦେବ ମଧ୍ୟ ତାଙ୍କ ରଚିତ ପ୍ରାଣୀ କୁ ଉପସ୍ଥାପନ କଲେ।
      ସମସ୍ତେ କେତେ ରଙ୍ଗ,ବେରଙ୍ଗ,ହିଂସ୍ର,ଶାନ୍ତ,କୌତୁକ ଅନେକ ପ୍ରକାର ତିଆରି କରିଥିବା ବେଳେ ବ୍ରହ୍ମା ଙ୍କ ରଚିତ ଏକ ସାଧାରଣ ପ୍ରାଣୀ କୁ ଦେଖି ସମସ୍ତେ ଟିକେ କୌତୁକିଆ ଭାବରେ ଏ ପ୍ରାଣୀର ଉଦେଶ୍ୟ ଜାଣିବାକୁ ପ୍ରଶ୍ନ କଲେ।
     ବ୍ରହ୍ମାଙ୍କ ଉତ୍ତର ଥିଲା ଯେ ପ୍ରାଣୀଟିର ନା ମଣିଷ  ଭବିଷ୍ୟତର ଅନୁମାନ ରେ ଗତିଶୀଳ, ସାରା ପୃଥିବୀକୁ ନିଜ ଅଧୀନରେ ରଖିବାର କୌଶଳ, ନିଜ ଠାରୁ ବହୁଗୁଣା ଶକ୍ତିଶାଳୀ ଙ୍କୁ ଶକ୍ତିହୀନ କରି କରାୟତ କରିବାର ସାହସ, ପ୍ରଶ୍ନ ରୁ ଉତ୍ତର ପୁଣି ଉତ୍ତର ରୁ ପ୍ରଶ୍ନ ସୃଷ୍ଟି ବିଦ୍ୟା ରେ ପାରଙ୍ଗମ। ନିଜ ଶାସନର ସମ୍ବିଧାନ ନିଜେ ତିଆରି କରି ଶାସକ,ଶାସନ ଓ ଶାସିତ ଭଳି ବଳୟ ଭିତରେ ସମାଜ ର ଶ୍ରେଷ୍ଠ ପ୍ରାଣୀ ର ଦାବିଦାର ହୁଏ।
                                                 || କିନ୍ତୁ ||
    ଏହି ମଣିଷ ସୃଷ୍ଟି ର ଅଗ୍ରଗତି ତ କରିବ ବିନାଶ ର ପଥ ମଧ୍ୟ ପରିଷ୍କାର କରିବ। ସହଜ ରେ ବଞ୍ଚିବା ସହ ବଞ୍ଚେଇବା ର ସନ୍ଧାନରେ ଏତେ ମଗ୍ନ ହେଇଯିବ ଯେ ପାର୍ଶ୍ଵ ପ୍ରତିକ୍ରିୟା କୁ ଅଣଦେଖା କରିଚାଲିବ। ଯାହା ଫଳରେ ନିଜ କାଳଚକ୍ରକୁ ନିଜେ ବରଣ  କରିବ। ଜ୍ଞାନରୁ ସୃଷ୍ଟି ବିଜ୍ଞାନ ବଳରେ ଈଶ୍ୱର ଓ ଭଗବାନ ଙ୍କ ସମକକ୍ଷ ହବାକୁ ପ୍ରୟାସ କରିବ। କେବଳ ପ୍ରୟାସରେ ବିଫଳତା ସମୟରେ ଈଶ୍ୱର ସତା ବା ଅଦୃଶ୍ୟ ଶକ୍ତି ବା କେହିଜଣେ ସୁପର ପାୱାର ଅଛି ବୋଲି ଭାବିବ।
           || ତଥାପି ||
     ନୂତନ ବା କଳିଯୁଗରେ ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ର ଶ୍ରେଷ୍ଠତ୍ଵ କୁ ବଜାୟ ରଖିବାରେ ସଫଳତା ଲାଭ କରିବା।
                   【ଲେଖିବାର ଉଦେଶ୍ୟ】
ଆଜିର ମଣିଷ ବା ମାନବ କେତୋଟି ହାତଗଣତି ଜିନିଷ କୁ ଛାଡ଼ିଦେଲେ ପ୍ରାୟ ସମସ୍ତ ସଫଳତାର ଶୀର୍ଷରେ ପହଞ୍ଚି ସାରିଲାଣି ସତ ବିନାଶ ବି ଦ୍ୱାରଦେଶରେ ଦଣ୍ଡାୟମାନ। ପ୍ରତିକାର ପାଇଁ ପ୍ରସ୍ତୁତ ହୁଅ।

     JP CREATIVE ART
        ବିନୋଦ କୁମାର ପତି
               କଟକ

Friday, May 29, 2020

ମଧ୍ୟବିତ୍ତ ପରିବାର କଣ ସାବତ ପୁଅ ?

ବାଃ ବାଃ ଦୁନିଆ,ବାଟରେ ମଳ ତ୍ୟାଗ ରେ ଚର୍ଚ୍ଚା।ମନ୍ଦିର ତିଆରି କଲେ ବି ଚର୍ଚ୍ଚା। ଉଚ୍ଚ ଶିକ୍ଷିତ ରାଜନୀତି କଲେ ଚର୍ଚ୍ଚା।ନିପଟ ମୂର୍ଖ ରାଜନୀତି କଲେ ଚର୍ଚ୍ଚା।ବାଲ୍ୟ ବିବାହ ର ଚର୍ଚ୍ଚା।ପୌଢ଼ ବିବାହ ର ବି ଚର୍ଚ୍ଚା। ଏମିତି ଅନେକ ଚର୍ଚ୍ଚା ହୁଏ।
ଆଜି ଆରମ୍ଭ ଓ ଶେଷ ଭିତରେ ମଝି ର ଚର୍ଚ୍ଚା ବହୁତ କମିଯାଏ। ବଟକରା ଓ ଦ୍ରବ୍ୟ ମଝିରେ କଣ୍ଟା ର ମହତ୍ୱ କୁ କେବଳ ଓଜନ କରୁଥିବା ଲୋକଟି ହିଁ ଜାଣିପାରେ କେତେ କଷ୍ଟରେ ନିଜେ ଦୋହଲି ଦୁଇପଟକୁ ସମାନ ରଖେ ନିରପେକ୍ଷତାର ସହ ଦୋକାନୀ ଓ ଖାଉଟି ଙ୍କୁ।
ଏଠି କହିବାର କଥା ହେଲା ଆମ ଦେଶ ହଉ ବା ରାଜ୍ୟ ଦୁଇ ଶ୍ରେଣୀୟ ଲୋକଙ୍କୁ ପ୍ରାଧାନ୍ୟ ଦିଏ ଯିଏ ନିର୍ବାଚନ ପାଇଁ ଚାନ୍ଦା ଦେଇପାରେ। ଗରିବ ଯିଏ ଭୋକ ବିକଳରେ ଅଳ୍ପ ଅର୍ଥରେ ଭୋଟ୍ ବିକିପାରେ। ମଧ୍ୟବିତ୍ତ ମାନେ ନା ଏକୁଳର ନା ସେକୁଳର ହୁଏ ତା ପାଇଁ କେବଳ ଡହଳ ବିକଳ ସାର ହୁଏ।
ଏଥିପାଇଁ ସଜାଗ ହୁଅ ମଧ୍ୟବିତ୍ତ ପରିବାର। ଯାହାର ଓଜନରେ ସଜାଡ଼ି ହଉ ଆମ ସରକାର।

Tuesday, April 23, 2019

ସଚେତନ ନାଗରିକ

https://m.facebook.com/story.php?story_fbid=1243414072485481&id=100004506993246&sfnsn=mo

Thursday, March 21, 2019