ବାଃ ବାଃ ଦୁନିଆ,ବାଟରେ ମଳ ତ୍ୟାଗ ରେ ଚର୍ଚ୍ଚା।ମନ୍ଦିର ତିଆରି କଲେ ବି ଚର୍ଚ୍ଚା। ଉଚ୍ଚ ଶିକ୍ଷିତ ରାଜନୀତି କଲେ ଚର୍ଚ୍ଚା।ନିପଟ ମୂର୍ଖ ରାଜନୀତି କଲେ ଚର୍ଚ୍ଚା।ବାଲ୍ୟ ବିବାହ ର ଚର୍ଚ୍ଚା।ପୌଢ଼ ବିବାହ ର ବି ଚର୍ଚ୍ଚା। ଏମିତି ଅନେକ ଚର୍ଚ୍ଚା ହୁଏ।
ଆଜି ଆରମ୍ଭ ଓ ଶେଷ ଭିତରେ ମଝି ର ଚର୍ଚ୍ଚା ବହୁତ କମିଯାଏ। ବଟକରା ଓ ଦ୍ରବ୍ୟ ମଝିରେ କଣ୍ଟା ର ମହତ୍ୱ କୁ କେବଳ ଓଜନ କରୁଥିବା ଲୋକଟି ହିଁ ଜାଣିପାରେ କେତେ କଷ୍ଟରେ ନିଜେ ଦୋହଲି ଦୁଇପଟକୁ ସମାନ ରଖେ ନିରପେକ୍ଷତାର ସହ ଦୋକାନୀ ଓ ଖାଉଟି ଙ୍କୁ।
ଏଠି କହିବାର କଥା ହେଲା ଆମ ଦେଶ ହଉ ବା ରାଜ୍ୟ ଦୁଇ ଶ୍ରେଣୀୟ ଲୋକଙ୍କୁ ପ୍ରାଧାନ୍ୟ ଦିଏ ଯିଏ ନିର୍ବାଚନ ପାଇଁ ଚାନ୍ଦା ଦେଇପାରେ। ଗରିବ ଯିଏ ଭୋକ ବିକଳରେ ଅଳ୍ପ ଅର୍ଥରେ ଭୋଟ୍ ବିକିପାରେ। ମଧ୍ୟବିତ୍ତ ମାନେ ନା ଏକୁଳର ନା ସେକୁଳର ହୁଏ ତା ପାଇଁ କେବଳ ଡହଳ ବିକଳ ସାର ହୁଏ।
ଏଥିପାଇଁ ସଜାଗ ହୁଅ ମଧ୍ୟବିତ୍ତ ପରିବାର। ଯାହାର ଓଜନରେ ସଜାଡ଼ି ହଉ ଆମ ସରକାର।